ବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

You are currently viewing ବିଲରୁ ଅଜଣା ମୃତ ଦେହ ଉଦ୍ଧାର, ମଦ ପିଇ ପ୍ରାଣ ହରାଇଥିବା ଚର୍ଚ୍ଚା

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ବିଲମାଳରୁ ଗୁରୁବାର ଏକ ଶବକୁ ଉଦ୍ଧାର କରିଛି ପୋଲିସ। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ସେ କିଛି ଦିନ ତଳୁ ମଦ୍ୟପାନ କରି ପ୍ରାଣ ହରାଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।

ସୂଚନା ମୁତାବକ, ବୁଦୁଲିମୁଣ୍ଡା ଗ୍ରାମର ଏକ ବିଲ ମାଳରେ ମୃତ ଦେହ ପଡ଼ିଥିବା ଗୁରୁବାର ଦିନ କିଛି ଗାଈ ଚରାଳି ଦେଖିଥିଲେ। ପରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇଁ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share

Leave a Reply