ପାଣିରେ ଭାସୁଛି ହାତ ଗୋଡ଼ ବନ୍ଧା ଅଜଣା ମୃତଦେହ, ହତ୍ୟା ସନ୍ଦେହ

You are currently viewing ପାଣିରେ ଭାସୁଛି ହାତ ଗୋଡ଼ ବନ୍ଧା ଅଜଣା ମୃତଦେହ, ହତ୍ୟା ସନ୍ଦେହ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ମତେଳିଆ ନାଳରେ ଥିବା ପ୍ରୋଜେକ୍ଟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ହାତଗୋଡ଼ ବନ୍ଧା ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ବନ୍ତଳା ପୋଲିସ ଟିମ୍ ପାଣିରୁ ମୃତ ଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Share

Leave a Reply