ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ଆରୋହୀଙ୍କ ମୃତ୍ୟୁ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧପୁର ଗ୍ରାମର ପ୍ରଫୁଲ୍ଲ ନାଏକ ଙ୍କ ପୁଅ ମନୋଜ ନାଏକ (୪୦) ଓ ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ଭୁବନ ପ୍ରଧାନ (୪୨)।

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ମନୋଜ ଏକ ବାଇକ୍ ରେ କରତପଟାରୁ ଘରକୁ ଫେରୁଥିବା ବେଳେ ବହ୍ମପୁର ଠାରେ ବିପରୀତ ଦିଗରୁ ବାଇକରେ ଆସୁଥିବା ଭୁବନ ପ୍ରଧାନ (୪୨)ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସୀ ଏବଂ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.

error: Content is protected !!