ମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

You are currently viewing ମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

ଅନୁଗୁଳ: ସ୍ଥାନୀୟ ମା’ ଫାଉଣ୍ଡେସନ ତରଫରୁ ଦିଲ୍ଲୀପ କୁମାର ମହାରଣାଙ୍କ ସ୍ମୃତିରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ତଲମୂଳ ଶାସନର ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏଥିରେ ମା’ ଫାଉଣ୍ଡେସନର ଚେୟାରମ୍ୟାନ ଅମ୍ବିକା କୁମାର ଲେଙ୍କା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ କରିଥିଲେ।
ଶିବିରକୁ ତଳମୂଳ ଶାସନର ସରପଞ୍ଚ ଶିବାନୀ ଶତପଥୀ, ତଳମୂଳ ପାଟଣା ସରପଞ୍ଚ ସୋନାଲି ମହାପାତ୍ର ଏବଂ ନିଖିଳ ଓଡିଶା ସମାଜ ସେବି ମହାସଂଘର ଉପାଧ୍ୟକ୍ଷ ଆଡ଼ଭୋକେଟ ମନୋଜ କୁମାର ଦାସ ଉଦଘାଟନ କରିଥିଲେ। ଶିବିରରେ ଡାକ୍ତର ଦେବୀଦତ୍ତ ପଣ୍ଡା ଏବଂ ଡାକ୍ତର ତପୋନିଧି ମହାପାତ୍ର ପ୍ରାୟ ୫୦୦ ରୋଗୀଙ୍କୁ ଚିକିତ୍ସା କରିବା ସହିତ ଔଷଧ ଦେଇଥିଲେ।

କାର୍ଯ୍ୟକ୍ରମକୁ କୌଶଲ୍ୟା ସାହୁ, ପ୍ରବୀଣ ସାହୁ, ପ୍ରୀତମ ସାହୁ, କାଜଲ ଦାସ, ଶୁଭଲକ୍ଷ୍ମୀ ନାଥ, ଶ୍ରୀକୃଷ୍ଣ ସାହୁ, ଆରତୀ ନାୟକ, କେତକୀ ମହାରଣା, ସରିତା ସାମଲ, କାଳନ୍ଦୀ ଚରଣ ନାଥ, ବିରଞ୍ଚି ନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Share

Leave a Reply