ରାଷ୍ଟ୍ରପତିଙ୍କ ଭାଷଣ ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିନ୍ଦା

You are currently viewing ରାଷ୍ଟ୍ରପତିଙ୍କ ଭାଷଣ ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିନ୍ଦା

ଅନୁଗୁଳ: ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସୋନିଆ ଗାନ୍ଧୀ ଦେଇଥିବା ବିବୃତି ଅତ୍ୟନ୍ତ ନିନ୍ଦନୀୟ। ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶାକୁ ପ୍ରତିଫଳିତ କରୁଛି। କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ବିରୋଧୀ ରହିଆସିଛି। ପୁଣି ଥରେ କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି। ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ। କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି। ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି। ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share

Leave a Reply