ଅନୁଗୁଳ : ଅନୁଗୁଳ ଜିଲ୍ଲା ଅନୁଗୁଳ ଓ ବଅଁରପାଳ ବ୍ଲକରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଯିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଛେଲିଆପଦା, ଅଙ୍ଗାରବନ୍ଧ, ବାରସିଂଘା, ଗଡସନ୍ତ୍ରୀ ଗ୍ରାମରେ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଛନ୍ତି।
ଅନୁଗୁଳରେ ହାତୀ ଆକ୍ରମଣରେ ମୃତାହତଙ୍କ ପାଇଁ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- Post published:January 7, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


