ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡ଼ରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡ଼ରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପରଜଙ୍ଗ ବ୍ଲକରେ ପ୍ରାୟ ୨ ଲକ୍ଷ ଏବଂ କଙ୍କଡାହାଡ ବ୍ଲକରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି। ଉଭୟ ଅଞ୍ଚଳର ନାଗରିକମାନେ ବିଦ୍ୟୁତ୍ ପାଇଁ ତାଳଚେର ଠାରେ ଥିବା ଚାଇଁପାଳ ଗ୍ରୀଡ୍ ଉପରେ ନିର୍ଭର କରୁଛନ୍ତି । ମାତ୍ର ଓଭର ଲୋଡିଂ କାରଣରୁ ଲୋକମାନେ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଚାଇଁପାଳରୁ ପରଜଙ୍ଗ ଏବଂ କଙ୍କଡାହାଡ ୩୩ କେଭି ସପ୍ଲାଏରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଉଛି। ଏହି କାରଣରୁ ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ମିଳିପାରୁନାହିଁ । ତେଣୁ ନିରନ୍ତର ବିଦ୍ୟୁତ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ତଥା ଉଭୟ ଅଞ୍ଚଳରେ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରିବା ଉପରେ ବିଚାର କରିବା ପାଇଁ ଶ୍ରୀ ପ୍ରଧାନ ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ପରଜଙ୍ଗରେ ଗ୍ରୀଡ୍ ସବଷ୍ଟେସନ ପାଇଁ ୨୦୨୦ ମସିହା ଜାନୁଆରୀ ୧୦ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟିରେ ଗ୍ରୀଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇସାରିଛି । ପରଜଙ୍ଗ ଏବଂ କଙ୍କଡାହାଡରେ ପୃଥକ ପୃଥକ ୨୨୦/୩୩ କେଭି ଗ୍ରୀଡ୍ ସବଷ୍ଟେସନ ପ୍ରତିଷ୍ଠା କରାଗଲେ ଉଭୟ ଅଞ୍ଚଳର ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ସେବା ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Share

Leave a Reply