ଅନୁଗୁଳ: ରାଜ୍ୟକୁ ଏବେ ଉତ୍ତରା ପବନ ବହୁଥିବାବେଳେ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍ କମିପାରେ । ଏହା ପ୍ରଭାବରେ ଜାଡ ପ୍ରକୋପ ସାମାନ୍ୟ ବଢ଼ିବ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ସେ ମଧ୍ୟ କହିଛନ୍ତି, ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ବଢ଼ିପାରେ । ୨ ତାରିଖ ପରେ ରାତି ତାପମାତ୍ରା ସାମାନ୍ୟ ବଢ଼ିବା ଯୋଗୁ ଶୀତ କମିବ । ତେବେ ୫ ତାରିଖ ପରେ ପୁଣି ଜାଡ ବଢ଼ିବା ନେଇ ସଙ୍କେତ ମିଳୁଛି ।
ଆସନ୍ତା କାଲିଠାରୁ ବଢିବ ଜାଡ
- Post published:October 28, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul