ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

You are currently viewing ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜାନୁଆରୀ ୧୨ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜାନୁଆରୀ ୧୨ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ରାତ୍ରିଯାପନ କରିବେ।ଜାନୁଆରୀ ୧୩ ରେ ଛେଣ୍ଡିପଦାର ସନ୍ତରାବନ୍ଧଠାରେ ମହିଷାମର୍ଦ୍ଦିନୀଙ୍କର ବାର୍ଷିକ ଉତ୍ସବରେ ଯୋଗ ଦେବେ।ସନ୍ଧ୍ୟାରେ ଓମ୍ ସେବା ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ୨୫ ତମ ତାଳଚେର ମହୋତ୍ସବରେ ଯୋଗଦେବେ। ପରେ ତାଳଚେର ଦୀନଦୟାଲ ନଗର ଠାରେ ରାତିରେ ରହଣି କରିବା କାର୍ଯ୍ୟକ୍ରମ ରହିଛି।

ସେହିପରି ଜାନୁଆରୀ ୧୪ରେ ଛେଣ୍ଡିପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେବେ।ଅପରାହ୍ନରେ ଆଠମଲ୍ଲିକ ଆମ୍ବସରମୁଣ୍ଡ ଠାରେ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗ ଦେବେ ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply