କଙ୍କରେଇରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଭୂମି ପୂଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing କଙ୍କରେଇରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଭୂମି ପୂଜନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କଙ୍କରେଇ ଗ୍ରାମ ସୁଭଦ୍ରା କୋଇଲା ଖଣି ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ସୋମବାର ଭୂମି ପୂଜନ ହୋଇଛି।

ଭୂମିପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୂତନ ଭାବରେ ପ୍ରତିଷ୍ଠିତ ବିଦ୍ୟାଳୟ ପ୍ରାରମ୍ଭରେ ୭ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ ଜଣ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବ ଏବଂ ଭବିଷ୍ୟତରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିସ୍ତାର କରିବାର ବ୍ୟବସ୍ଥା ରହିଛି। ଭାରତ ସରକାରଙ୍କ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏମସିଏଲ ଓଡିଶାରେ ଆଉ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରୁଛି।

ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଓ କୋଲ ଇଣ୍ଡିଆ ସିଏମଡି ପି.ଏମ.ପ୍ରସାଦଙ୍କ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ। ଏମସିଏଲ ସିଏମଡି ଉଦୟ ଏ କୋଏଲ, କେନ୍ଦ୍ରୀୟ ବିଦ୍ୟାଳୟ ଯୁଗ୍ମ ସଚିବ ଚନ୍ଦନା ମଣ୍ଡଳ, ଏମସିଏଲ ନିର୍ଦ୍ଦେଶକ(ପର୍ସନାଲ) କେଶବ ରାଓ, ଏମସିଏଲ ଡିଟିଓ ଜେ.କେ. ବୋରା, ସାଂସଦ ପ୍ରତିନିଧି ଅଗସ୍ତି ବେହେରା ଉପସ୍ଥିତ ଥିଲେ। ଜିଏମ(ଏମସିଏଲ) କୃପାସିନ୍ଧୁ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply