ଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

You are currently viewing ଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: ଏପ୍ରିଲ ୨ ଠାରୁ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏପ୍ରିଲ ୨ରେ ଦିନ ୧୨ ଟାରେ ଅନୁଗୁଳ ଜିଲ୍ଲା ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ସେଠାରୁ ଦିନ ୨ ଟାରେ କଣିହାଁ ବ୍ଲକ ଗସ୍ତ କରି ନାଲମ ଗ୍ରାମରେ ପ୍ରଭୁ ନୃସିଂହ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ସେଠାରୁ ଅନୁଗୁଳ ଯାଇ ରାତ୍ରି ଯାପନ କରିବେ।

୩ ଏପ୍ରିଲରେ ଶ୍ରୀ ପ୍ରଧାନ ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ପୁନଶ୍ଚ ୪ ଏପ୍ରିଲ ରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ରୀ ପ୍ରଧାନ ଦିନ ତମାମ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନୁଗୁଳରେ ରାତ୍ରି ଯାପନ କରିବା ସହ ୫ ଏପ୍ରିଲରେ ବଇଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ମନ୍ତ୍ରୀଙ୍କ ଉକ୍ତ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି।

Share

Leave a Reply