ଅନୁଗୁଳରେ ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ମୋଦି ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି

0

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ବଡ଼ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ସାଙ୍ଗରେ ଅଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ପରେ ଆଜି ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ ଅଧୀନରେ ଧରମପୁର ପଞ୍ଚାୟତର ହିତାଧିକାରୀଙ୍କୁ ଭେଟିଥିଲେ। ଦେଶବ୍ୟାପୀ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଲାଭାର୍ଥୀ ମାନଙ୍କ ସହ ମୋଦିଙ୍କ ଯୋଜନାରେ ସେମାନେ କିଭଳି ଉପକୃତ ହେଉଛନ୍ତି ଏବଂ ସେହି ଯୋଜନା ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିଛି ତାହା ଉପରେ ଚର୍ଚ୍ଚା କରିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମସ୍ତ ଲାଭାର୍ଥୀଙ୍କୁ ମୋଦି ଚାଉଳର ଗ୍ୟାରେଣ୍ଟି ଦେଇଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି । ଓଡ଼ିଶା ପ୍ରତି କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କରୋନା ସମୟରେ ମାଗଣାରେ ଟିକା ଉପଲବ୍ଧ କରାଯାଇଛନ୍ତି । ଏସଏଚଜି ମହିଳା ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେଉଛନ୍ତି । ୩ କୋଟି ଲକ୍ଷପତି ଦିଦି ବନାଇବାର କଳ୍ପନା ହୋଇଛି। ମୋଦି ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିବା ସହ ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.

error: Content is protected !!