ତାଳଚେରରେ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଏକାଧିକ ମନ୍ତ୍ରୀ

You are currently viewing ତାଳଚେରରେ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଏକାଧିକ ମନ୍ତ୍ରୀ

ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପିର ବହୁ ବଡ଼ ନେତା। ଆଜି ସନ୍ଧ୍ୟାରେ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମଧ୍ୟ ପ୍ରଦେଶ ଶକ୍ତି ମନ୍ତ୍ରୀ ରାକେଶ ଶୁକ୍ଳା, ଉତ୍ତର ପ୍ରଦେଶ ସାମାଜିକ ସୁରକ୍ଷା ମନ୍ତ୍ରୀ ସଂଜୁ ସିଂହ ଗଣ୍ଡ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ରାମ କୃପାଲ ଯାଦବ, ସୁଦର୍ଶନ ଟିଭିର ଏଡିଟର ସୁରେଶ ଚାବାଙ୍କେ, ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ସାଧାରଣ ସମ୍ପାଦକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଳଚେରରେ ପହଞ୍ଚି ଡଃ. ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Share

Leave a Reply