ଅନୁଗୁଳ: ଅନୁଗୁଳରେ ଜୋରସୋରରେ ହେବ ୟୁନିଟି ମାର୍ଚ୍ଚ। ଗୁରୁବାର ଦିନ ଅନୁଗୁଳ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସୂଚନା ମୁତାବକ, ଆସନ୍ତା ୧୯ ତାରିଖରେ ୟୁନିଟି ମାର୍ଚ୍ଚ ହେବ। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏହି ମାର୍ଚ୍ଚ ଅନୁଷ୍ଠିତ ହେବ। ବଲ୍ଲଭ ଭାଇଙ୍କ ଜୟନ୍ତୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ୟୁନିଟି ମାର୍ଚ୍ଚ ଅନୁଷ୍ଠିତ ହେବ। ଅନୁଗୁଳ ସଦର ମହକୁମାରେ ଭବ୍ୟ ଭାବେ ଏହି ମାର୍ଚ୍ଚ ହେବାକୁ ଯାଉଛି।
ଅନୁଗୁଳ ହାଇସ୍କୁଲ ପଡିଆ ଠାରେ ଦିନ ୯ ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମେ ରେଜିଷ୍ଟ୍ରେସନ ପରେ ୯.୩୦ ମିନିଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ୧୦ଟାରେ ୟୁନିଟି ମାର୍ଚ୍ଚ (ପଦଯାତ୍ରା) ଆରମ୍ଭ ହେବ। ପ୍ରଥମେ ଅନୁଗୁଳ ଷ୍ଟାଡିୟମ ଠାରୁ ପଦଯାତ୍ରା ଆରମ୍ଭ ହୋଇ ଥାନା ଛକ, ରାଜା ଛକ, ବଜାର ଛକ, ହରିମହୁରି ଛକ ହୋଇ ଅନୁଗୁଳ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ପହଞ୍ଚିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
