କୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

You are currently viewing କୋର୍ଟରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ଦିବସ ପାଳିତ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନସେବା କମିଟି ପକ୍ଷରୁ ଡିସେମ୍ବର ୧୨ରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ ପର୍ଯ୍ୟବେକ୍ଷଣ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥିଭାବେ ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସେଥିପାଇଁ ସମସ୍ତେ ନିଜନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କି ପ୍ରିୟା ସାହୁ ଓ ଏସଡିଜେଏମ ସିଙ୍କୁନ ରାୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ସିଦ୍ଧାର୍ଥ ମହାନ୍ତି, ଗୋବିନ୍ଦ ମାର୍ଣ୍ଡି, ଆଠମଲ୍ଲିକ ଓକିଲସଂଘ ଓ କ୍ରିମିନାଲ କୋର୍ଟ ଓକିଲସଂଘ ର ଆଇନଜୀବୀ, ୩ କୋର୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply