ଅନୁଗୁଳ: ଅନୁଗୁଳ ବ୍ଲକର ୩୮ ଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଚଳିତ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ ଉପଜିଲ୍ଲାପାଳ ବୈତୁରା ଦିପଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମେତ ପଟ୍ଟା ସଂଶୋଧନ, ମୋ ସ୍କୁଲ ଅଭିଯାନ, ଜାତିଗତ ପ୍ରମାଣ ପତ୍ର, ସ୍କଲାରସିପ୍, ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ୧୬ ଟି ଉଚ୍ଚ ବିଦ୍ୟାଳୟକୁ ଉପଜିଲ୍ଲାପାଳ ପଟ୍ଟା ବଣ୍ଟନ କରିଥିଲେ। ଏଥିସହ ଯେଉଁ ବିଦ୍ୟାଳୟ ଗୁଡିକ ପଟ୍ଟା ପାଇବା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ପଟ୍ଟା ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟିp କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର, ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂଙ୍କ ସମେତ ଉଚ୍ଚ ବିଦ୍ୟାଳୟମାନଙ୍କରୁ ଆସିଥିବା ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


