ଅନୁଗୁଳ: ଅନୁଗୁଳ ରେଲୱେ ଷ୍ଟେସନ୍ରେ ଶନିବାର ଭୋର୍ ସାଢ଼େ ୪ଟା ବେଳେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା। ଆଇରନ୍ କଣ୍ଟେନ୍ମେଣ୍ଟ୍ ବୋଝେଇ ଏହି ଟ୍ରେନ୍ଟି ଜିନ୍ଦଲରୁ ଛତ୍ରପୁର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ମୋଟ୍ ୫୯ଟି ବଗି ବିଶିଷ୍ଟ ଟ୍ରେନ୍ର ୩୮ ଓ ୩୯ ନମ୍ବର ବଗି ଟ୍ରାକ୍ରୁ ଖସି ଯାଇଥିଲା। ତେବେ ଏହି ଟ୍ରାକ୍ରେ କେତେକ ଯାତ୍ରୀବାହୀ ଟ୍ରେନ୍ ଓ ଅକ୍ସିଜେନ୍ ବୋଝେଇ ଟ୍ରେନ୍ ଚଳାଚଳ କରିବାର ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଥିଲା। ସକାଳ ସାଢ଼େ ୮ଟା ବେଳକୁ ଲାଇନ୍ଚ୍ୟୁତ୍ ବଗିକୁ ଟ୍ରାକ୍ରୁ ହଟା ଯାଇଥିବା ଜଣାଯାଇଛି ।
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
- Post published:May 16, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul