ଫୋନ ହଜିଗଲେ ଆଉ ଚିନ୍ତା ନାହିଁ, ଏଣିକି ଘରେ ବସି ସେଥିରେ ଥିବା UPI ID କରିପାରିବେ ଡିଲିଟ୍

0

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଆଉ ଅନଲାଇନ୍ ପେମେଣ୍ଟ ପାଇଁ UPI ବ୍ୟବହାର କରୁଛନ୍ତି। ଏପରି ସ୍ଥିତିରେ ଫୋନ୍ ହଜିଯାଏ କିମ୍ବା ଚୋରି ହୁଏ ତେବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢିଯାଏ। ତେବେ ଏଥିପାଇଁ ଆଉ ଚିନ୍ତା କରିବାର ନାହିଁ। ଫୋନ୍ ହଜିଯାଉଛି ଏଣିକି ଆପଣ ଘରେ ବସି ସେହି ଫୋନରେ ଥିବା UPI ID ଡିଲିଟ୍ କରିପାରିବେ। ଆସନ୍ତୁ ଜାଣିବା କେମିତି …

  • ଯଦି ଫୋନ୍ ଚୋରି ହୋଇଛି ତେବେ ପ୍ରଥମେ ଗୁଗଲରୁ ଡିଟେଲ୍ସ ହଟାନ୍ତୁ। ଏଥିପାଇଁ ଅନ୍ୟ କୌଣସି ଫୋନରୁ ୧୮୦୦୪୧୯୦୧୫୭ ନମ୍ବରକୁ କଲ କରନ୍ତୁ। ପୂରା ଘଟଣା ବିଷୟରେ କଷ୍ଟମର କେୟାରକୁ ଜଣାନ୍ତୁ। କଷ୍ଟମର କେୟାର ଅଧିକାରୀ ଡିଟେଲ୍ସ ଯାଞ୍ଚ କରିବା ପରେ ଆପଣଙ୍କ ଗୁଗଲ୍ ପେରୁ UPI ID କୁ ବ୍ଲକ୍‌ କରିବେ।

 

  •  ଯଦି ଫୋନ୍ ପେ’ରେ UPI ID ବ୍ୟବହାର କରୁଛନ୍ତି, ତେବେ ଏହାକୁ ସେଠାରୁ ହଟାଇବା ପାଇଁ ୦୨୨୬୮୭୨୭୩୭୪ କିମ୍ବା ୦୮୦୬୮୭୨୭୩୭୪କୁ କଲ କରିବାକୁ ପଡିବ। ଏହା ପରେ କଷ୍ଟମର କେୟାର ଅଧିକାରୀଙ୍କୁ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡିବ। ଡିଟେଲ୍ସ ଯାଞ୍ଚ ହେବା ପରେ ଅଧିକାରୀ ଆପଣଙ୍କ ଫୋନରୁ UPI ID କୁ ବ୍ଲକ୍‌ କରିବେ।

  •  ଯଦି Paytm ରେ UPI ID ବ୍ୟବହାର କରୁଛନ୍ତି ତେବେ ସେଠାରୁ ଏହାକୁ ହଟାଇବା ପାଇଁ ହେଲ୍ପଲାଇନ ନମ୍ବର ୦୧୨୦୪୪୫୬୪୫୬କୁ କଲ କରିବାକୁ ପଡିବ । ଏହା ବ୍ୟତୀତ ଆପଣ ପେଟିଏମ୍ ୱେବସାଇଟ୍ କୁ ଯାଇ ୨୪ X ୭ ହେଲ୍ପ ଅପ୍ସନ ଉପରେ କ୍ଲିକ୍ କରି ନିଜ ଡିଟେଲ୍ସ ଦେଇପାରିବେ । ଏଥିରେ ଆପଣଙ୍କୁ ଫୋନ୍ ହଜାଇଥିବାର ପୋଲିସ ରିପୋର୍ଟ ମଧ୍ୟ ଦେବାକୁ ପଡିବ । ଏହା ପରେ PTM ଆକାଉଣ୍ଟ ସାମୟିକ ଭାବରେ ବ୍ଲକ୍‌ ହୋଇଯିବ।

Leave A Reply

Your email address will not be published.

error: Content is protected !!