ଉପଖଣ୍ଡ କ୍ରୀଡା ସଂସଦର ଜରୁରୀ ବୈଠକ: ୪ ସଦସ୍ୟଙ୍କ ନାଁ ଚୂଡାନ୍ତ

You are currently viewing ଉପଖଣ୍ଡ କ୍ରୀଡା ସଂସଦର ଜରୁରୀ ବୈଠକ: ୪ ସଦସ୍ୟଙ୍କ ନାଁ ଚୂଡାନ୍ତ

ଅନୁଗୁଳ: ଆଜି ଅନୁଗୁଳ ଉପ ଜିଲ୍ଲାପାଳଙ୍କ ସଭାକକ୍ଷରେ ଉପଖଣ୍ଡ କ୍ରୀଡା ସଂସଦର ଏକ ଜରୁରୀ ବୈଠକ ବସିଥିଲା। ଦୀର୍ଘ ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ହୋଇପାରି ନଥିବାରୁ ଅନୁଗୁଳ ଉପଖଣ୍ଡରୁ ଚାରିଜଣ ସଦସ୍ୟଙ୍କ ନାଁ ପଠା ଯିବା ଜରୁରୀ ହୋଇପଡିଥିଲା। ତେବେ ବୈଠକ ପୂର୍ବରୁ ମୂଳ ସଦସ୍ୟଙ୍କ ଅରିଜିନାଲ ତାଲିକା ଗାଏବ ହୋଇଯିବା ଏବଂ ଭିନ୍ନଭିନ୍ନ ତାଲିକା ଧରି କିଛି ସଦସ୍ୟ ଲବି କରୁଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ସୃଷ୍ଟି କରିଥିଲା। ଶେଷରେ ସହମତି ଭିତ୍ତିରେ ଚାରି ଜଣ ସଦସ୍ୟଙ୍କ ନାମ ବଛା
ଯିବା ପାଇଁ ଆଜିର ବୈଠକ ଡ଼କାଯାଇଥିଲା। ବୈଠକ ଆରମ୍ଭରେ ଲବି କରି ଆସୁଥିବା ସଦସ୍ୟ ମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶେଷରେ ସହମତି ଭିତ୍ତିରେ ଚାରି ଜଣଙ୍କ ନାମ ଚୂଡାନ୍ତ ହୋଇଥିଲା। ସେମାନେ ହେଲେ ଆଇନଜୀବୀ ପ୍ରଦୀପ ଦେବତା,ପ୍ରଦୀପ ରାଉତ,ରମେଶ ଚନ୍ଦ୍ର ସାହୁ ଓ ରୁଚିର କୁମାର ଦାସ। ଉପଖଣ୍ଡ କ୍ରୀଡା ସଂସଦର ସଦସ୍ୟ ଚୂଡାନ୍ତ ପରେ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ଅନୁଷ୍ଠିତ ହେବ। ଆଜିର ଏହି ବୈଠକରେ ଉପଜିଲ୍ଲାପାଳ ବୈତୁରା ଦୀପ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।

Share

Leave a Reply