ବିଘ୍ନରାଜଙ୍କ ଆଗମନ ପାଇଁ ତାଳଚେର ସହର ଉତ୍ସବ ମୁଖର

You are currently viewing ବିଘ୍ନରାଜଙ୍କ ଆଗମନ ପାଇଁ ତାଳଚେର ସହର ଉତ୍ସବ ମୁଖର

ଅନୁଗୁଳ: ଆଉ କିଛି ଦିନ କେଇଟା ପରେ ଧରାବତରଣ କରିବେ ବିଘ୍ନ ବିନାଶକ। ଏଣୁ ଗଣପତିଙ୍କ ଆଗମନ ପାଇଁ ଏବେଠୁ ଚଳଚଞ୍ଚଳ ହୋଇଛି ତାଳଚେର ସହର। ଚଳିତବର୍ଷ ଅଗଷ୍ଟ ୩୧ ରେ ପଡ଼ୁଛି ଗଣେଶ ପୂଜା। ଏଣୁ ଛୋଟ ବଡ଼ ଶିକ୍ଷାନଷ୍ଠାନଠୁ ଆରମ୍ଭ କରି ବଡ଼ ବଡ଼ ପ୍ରତିଷ୍ଠାନ ଯାଏଁ ସବୁଠି ଉତ୍ସବର ମାହୋଲ। ସବୁଆଡ଼େ ଗଣପତିଙ୍କୁ ସ୍ବାଗତ ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ।

ପାର୍ବତୀ ନନ୍ଦନ ଏକଦନ୍ତଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ତାଳଚେର ସହର। ତାଳଚେରର ବିଭିନ୍ନ ପୂଜା ମଣ୍ଡପରେ ଜୋର ସୋରରେ ଚାଲିଛି ପୂଜା ପାଇଁ ପ୍ରସ୍ତୁତି। କରୋନା ଯୋଗୁ ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳିତ ହେଉଥିବା ପୂଜା ଏଥରକ ବିନା କୌଣସି କଟକଣାରେ ହେବାକୁ ଅନୁମତି ମିଳିଥିବାରୁ ଧୁମଧାମରେ ପାଳନ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

Share

Leave a Reply