ଅନୁଗୁଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ବରୂପ କରୋନା ବୁଷ୍ଟର ଟିକା ଦିଆଯିବ। ସରକାରୀସ୍ତରରେ ଏ ନିଷ୍ପତ୍ତି ପରେ କେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରମାଣପତ୍ର ଜାରି କରିବାକୁ ସିଡିଏମ୍ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଏସ୍ପିଙ୍କୁ ଚିଠି କରାଯାଇଛି। ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ଧରି ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ଟିକାକରଣ ହେବ। ୩ ତାରିଖରେ ଅନୁଗୁଳ ପିଟିସି ହାଇସ୍କୁଲ, ଆଠମଲ୍ଲିକ କଲେଜ, କଣିହାଁ ବ୍ଲକ୍ର ପବିତ୍ରମୋହନ ଡିଗ୍ରୀ କଲେଜ ଏବଂ କିଶୋରନଗର ଡିଗ୍ରୀ କଲେଜ ଓ ୪ ତାରିଖରେ ଛେଣ୍ଡିପଦା ବାପୁଜୀ କଲେଜ, ତାଳଚେର ସ୍ବୟଂଶାସିତ କଲେଜ, ପାଳଲହଡ଼ା ମାଲ୍ୟଗିରି କଲେଜ ଏବଂ ବଅଁରପାଳ ପିଏସ୍ଏସ୍ ଡିଗ୍ରୀ କଲେଜରେ ଏହି ଟିକାଦାନ କେନ୍ଦ୍ର ଖୋଲିବ ବୋଲି ପ୍ରାପ୍ତ ସୂଚନାରୁ ଜଣାଯାଇଛି ।
ଆସନ୍ତା କାଲିଠାରୁ ପୋଲିଂ ପାର୍ଟିକୁ ଟିକା
- Post published:February 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
