ଅନୁଗୁଳ: ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହେବ ଟିକାକରଣ । ଏଥିପାଇଁ ଶୁକ୍ରବାର ଜିଲ୍ଲାରେ ୮ ହଜାର ଡୋଜ୍ କୋଭିସିଲଡ଼ ପହଞ୍ଚିଛି। ଅନୁଗୁଳ ଷ୍ଟାଡିୟମ୍ରେ ମେଗା ଟିକାଦାନ ସହ ଜିଲ୍ଲାର ଅନ୍ୟ ସମସ୍ତ ଟିକାକେନ୍ଦ୍ରକୁ ଟିକା ପଠାଯିବ ବେଳି ଏଡିପିଏଚ୍ଓ ଡାକ୍ତର ଧନଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମ୍ରେ ଚାଲିଥିବା ମେଗା ଟିକାଦାନ କାର୍ଯ୍ୟକ୍ରମରେ ଧାଡିରେ ଆସିବା ସହିତ ଧୈର୍ଯ୍ୟ ଓ ବଜାୟ ରଖିବା ଲୋକଙ୍କୁ ଟିକା ପ୍ରଦାନ କରାଯିବ । ଟିକାକରଣ ଶିବିରର ସଠିକ୍ ପରିଚାଳନାରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେଇ ସାରିବା ପରେ ଏବେ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଅଯାଉଛି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ୧୮ ବର୍ଷରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଟିକାଦାନ ଆରମ୍ଭ ହୋଇ ସାରିଥିବା ବେଳେ ଅନୁଗୁଳରେ କିନ୍ତୁ ଏଯାବତ୍ ଆରମ୍ଭ ହୋଇପାରିନାହିଁ । ଫଳରେ ଜିଲ୍ଲାର ଯୁବକ-ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହିତ କେହି କେହି କଟକ ଓ ଭୁବନେଶ୍ୱରରେ ସ୍ଲଟ୍ ବୁକ୍ କରି ଟିକା ନେବାକୁ ସେଠାକୁ ଯାଉଥିବା ଦେଖିବାକୁ ମିଳୁଛି।
ଆଜିଠୁ ଷ୍ଟାଡିୟମ୍ରେ ପୁଣି ଟିକାକରଣ
- Post published:May 22, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
