ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ମେଗା ଟିକାକରଣ ସହିତ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଗୁରୁବାର ଟିକାକରଣ ବନ୍ଦ ରହିବ। ଜିଲ୍ଲାକୁ ଆସିଥିବା ଟିକା ବୁଧବାର ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିକା ପହଞ୍ଚିବା ପରେ ପୁନର୍ବାର ଟିକାକରଣ ଆରମ୍ଭ ହେବ। ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଷ୍ଟାଡିୟମ୍ରେ ମେଗା ଟିକାକରଣ କାର୍ଯ୍ୟକ୍ରମ ଚାଲିଥିଲା। ମଙ୍ଗଳବାର ପ୍ରାୟ ୧୩୫୦ ଜଣ ଲୋକଙ୍କୁ ଓ ବୁଧବାର ପ୍ରାୟ ୯୫୦ ଜଣଙ୍କୁ ଟିକା ଦିଆଯାଇଥିବା ଜଣାପଡ଼ିଛି ।
ଆଜି ଟିକାକରଣ ବନ୍ଦ
- Post published:May 20, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
