ଅନୁଗୁଳ: ମଙ୍ଗଳବାରଠାରୁ ୧୮ରୁ ୪୪ ବର୍ଷ ବୟସ୍କ ଯୁବବର୍ଗଙ୍କ ଟିକାକରଣ ପୁଣି ଆରମ୍ଭ ହେବ। ଏଥିଲାଗି ଟିକା ଷ୍ଟକ୍ ପହଞ୍ଚିଥିବା ଜଣାପଡ଼ିଛି। ଆଜି ସଂଧ୍ୟା ୬ଟାରେ ପୁନଃ ସ୍ଲଟ୍ ବୁକିଂ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି। ପୂର୍ବଭଳି ଅନୁଗୁଳ ଷ୍ଟାଡ଼ିୟମ ପରିସରରେ ଟିକାକରଣ ଚାଲିବ। କେବଳ କୋ-ୱିନ୍ ପୋର୍ଟାଲ ମାଧ୍ୟମରେ ହିଁ ସ୍ଲଟ୍ ବୁକିଂ ହେବ। ବିନା ସ୍ଲଟ୍ ବୁକିଂରେ ଟିକାକରଣ କେନ୍ଦ୍ରରେ ସିଧାସଳଖ ପହଞ୍ଚିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ ନାହିଁ । ରେଜିଷ୍ଟ୍ରେସନ୍ କପି ନିଜର ପରିଚୟପତ୍ର ସହ ଟିକାଦାନ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି ।
କାଲିଠୁ ଯୁବବର୍ଗଙ୍କୁ ଟିକା
- Post published:June 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
