ଅନୁଗୁଳ: ଚଳିତ ଚାମ୍ପିୟନ୍ସ ଟ୍ରଫିରେ ୫ ୱିକେଟ ନେବାରେ ଦ୍ବିତୀୟ ଭାରତୀୟ ବୋଲର ହୋଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତୀ। ଆଜି ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିରେ ପଦାର୍ପଣ କରି ବରୁଣ ୧୦ ଓଭର ବଲିଂ କରି ମାତ୍ର ୪୨ ରନ ଦେବା ସହ ୫ଟି ୱିକେଟ ନେଇଛନ୍ତି। ଫଳରେ ବାଂଲାଦେଶ ବିପକ୍ଷରେ ୫ଟି ୱିକେଟ ନେଇଥିବା ମହମ୍ମଦ ସାମିଙ୍କ ପରେ ସେ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଏହି ରେକର୍ଡ କରିବାରେ ଦ୍ବିତୀୟ ଭାରତୀୟ ବୋଲର ହୋଇଛନ୍ତି। ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୪୪ ରନରେ ଜିତି ଯାଇଛି। ଏହି ବିଜୟ ସହ ଗ୍ରୁପ୍ ‘ଏ’ ର ସର୍ବଶ୍ରେଷ୍ଠ ଦଳ ଭାବେ ନିଜର ସ୍ଥିତି ବଜାୟ ରଖିଛି ଟିମ୍ ଇଣ୍ଡିଆ।
ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ୫ଟି ୱିକେଟ ନେବାରେ ୨ୟ ଭାରତୀୟ ବୋଲର ହେଲେ ବରୁଣ ଚକ୍ରବର୍ତୀ, ରଚିଲେ ଇତିହାସ
- Post published:March 2, 2025
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray

Tags: Angul