ପଞ୍ଚତତ୍ତ୍ଵ ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡିଓ,ଥାନାରେ ମାମଲା: ଭାଇରାଲକାରିକୁ ଖୋଜିବ ପୋଲିସ

You are currently viewing ପଞ୍ଚତତ୍ତ୍ଵ ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡିଓ,ଥାନାରେ ମାମଲା: ଭାଇରାଲକାରିକୁ ଖୋଜିବ ପୋଲିସ

ଅନୁଗୁଳ: ଗତ ୧ ତାରିଖରେ ଅନୁଗୁଳ ପଞ୍ଚତତ୍ଵ ପାର୍କରେ ଘଟିଥିବା ଏକ ଭାଇରାଲ ଭିଡିଓ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ମିଳିଥିବା ସୂଚନା ମୁତାବକ ପାର୍କରେ କୌଣସି ପ୍ରେମିଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କେହି ଗୁପ୍ତରେ ସୁଟିଂ କରି ସାମାଜିକ ଗଣ ମାଧ୍ୟମରେ ଛାଡ଼ି ଦେଇଥିଲା। ସହରରେ ଏହା ହଇଚଇ ହେବା ସହ ପୌରପାଳିକାକୁ ଏଥିପାଇଁ ନିନ୍ଦା ମୁଣ୍ଡାଇବାକୁ ପଡିଥିଲା।

ପୌରପାଳିକା ଏ ମାମଲାରେ ପାର୍କ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ପାର୍କ ପରିଚାଳକ ବରଦା ପ୍ରସନ୍ନ ଦାସ ନିରାପତ୍ତା ବ୍ୟବସ୍ଥାକୁ ବଢ଼ାଇବା ସହ ଅଧିକ ସିସିଟିଭି ଲଗାଇବେ ବୋଲି ପ୍ରତିଶ୍ରୁତି ଦେବା ସହ ଭିଡିଓ ବେଆଇନ ଭାବେ ଭାଇରାଲ କରିଥିବାରୁ ଅନୁଗୁଳ ସାଇବର ଓ ଅର୍ଥନୈତିକ ଶାଖାରେ ଏକ ଅଭିଯୋଗ ଦେଇ ଯେଉଁ ଅଜଣା ଲୋକ ମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏବେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply