ଅନୁଗୁଳରେ ଗଡ଼ିଲା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥ, ଜୁନ ୧୨ ଯାଏଁ ଚାଲିବ

You are currently viewing ଅନୁଗୁଳରେ ଗଡ଼ିଲା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥ, ଜୁନ ୧୨ ଯାଏଁ ଚାଲିବ

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ “ବିକଶିତ କୃଷି ସଂକଳ୍ପ ଅଭିଯାନ” ଯୋଜନାର ସଚେତନତା ରଥଗୁଡ଼ିକୁ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମା ଶଙ୍କର ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ.ଦେବାଶିଷ ମିଶ୍ର, ଉପ- ନିର୍ଦ୍ଦେଶକ ଉଦ୍ୟାନ ଅମ୍ବର ଲୁଗୁନ୍, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନ, କୃଷି ଜିଲ୍ଲା ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଉପ ପ୍ରକଳ୍ପ ନିର୍ଦ୍ଦେଶିକା ପ୍ରଭାତୀ ରାମ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ବିଭାଗର କର୍ମଚାରୀ ଯୋଗ ଦେଇଥିଲେ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ଆରମ୍ଭ ହୋଇଛି “ବିକଶିତ କୃଷି ସଂକଳ୍ପ ଅଭିଯାନ”। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ଚିହ୍ନଟ ହୋଇଥିବା ଗ୍ରାମ ପରିଦର୍ଶନ କରିବେ ଓ ଚାଷୀମାନଙ୍କ ମଧ୍ୟରେ ନୂତନ ଫସଲ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଖରିଫ ୨୦୨୫ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ “କୃଷକ ବୈଜ୍ଞାନିକ ପାରସ୍ପରିକ ଆଲୋଚନା” (Farmer Scientist Interaction) କରିବେ। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଜିଲ୍ଲା ସ୍ତରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ୩ଟି କୃଷି ରଥର ବ୍ୟବସ୍ଥା କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସରଂକ୍ଷଣ, ICAR ପ୍ରତିଷ୍ଠାନର ୪ ରୁ ୫ ଜଣ ସଦସ୍ୟଙ୍କୁ ନେଇ ୩ଟି ଦଳ ଗଠନ କରାଯାଇଛି। ଏହି ଦଳ ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ଅତି କମ୍‌ରେ ୨ଟି ଗ୍ରାମରେ ବୈଠକ କୃଷକ ବୈଜ୍ଞାନିକ ପାରସ୍ପରିକ କରିବେ। ଏହିପରି ୧୦ ଦିନ ମଧ୍ୟରେ ୨୦ଟି ଗ୍ରାମ ହିସାବରେ ୩ ଟି ଦଳ ୬୦ଟି ଗ୍ରାମରେ ବୈଠକ କରିବେ। ପ୍ରତ୍ୟେକ ଦଳ ପ୍ରତି ଗ୍ରାମ ବୈଠକରେ ୨୫୦ ଜଣ ଚାଷୀଙ୍କୁ ନେଇ ବୈଠକ କରିବେ ବୋଲି ବ୍ୟବସ୍ଥା ରହିଛି।

Share

Leave a Reply