ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

You are currently viewing ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କଲେ ଆଠମଲ୍ଲିକର ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଗୁଣ୍ଡୁରୀଖଳି ଗ୍ରାମରେ ଥିବା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ।

ସୋମବାର ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗୁଣ୍ଡୁରୀଖଳି ଗ୍ରାମର ଅରୁଣ କୁମାର ସାହୁ, ବିଶ୍ବଜିତ ପ୍ରଧାନ, ମଳୟ ପେଣ୍ଠଇ, ସତ୍ୟବ୍ରତ ସାହୁଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ଗ୍ରାମରେ ଏକ ୬୩ କେଭିର ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ଗାଁ ମଝିରେ ଥିବାରୁ ଏହା ବିପଦ ସୃଷ୍ଟି କରୁଛି। ଟ୍ରାନ୍ସଫର୍ମର ନିକଟରେ ଅଙ୍ଗନବାଡି, କୋଠଘର ଓ ଲୋକଙ୍କ ଘର ଅଛି। ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ୨୦୨୪ ରେ ନଭେମ୍ବର ୧ ତାରିଖରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ୨୦୨୫ ଜୁନ ୩୦ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇ ମଧ୍ଯ ଅଭିଯୋଗ କରିଥିଲେ।

ଗ୍ରାମର ଏକ ଜାଗା ରେ ଗ୍ରାମବାସୀ ମାନେ ୨୫ ହଜାର ଟଙ୍କା ଗ୍ରାମ ପାଣ୍ଠିରୁ ଖର୍ଚ୍ଚ କରି ଟ୍ରାନ୍ସଫର୍ମର ସ୍ଥାନାନ୍ତର ପାଇଁ ଏକ ପିଣ୍ଡି ମଧ୍ଯ ନିର୍ମାଣ କରିଛନ୍ତି। ହେଲେ ଏବେ ଯାଏଁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ହୋଇପାରି ନାହିଁ। ଏଣୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଗ୍ରାମବାସୀ କହିଛନ୍ତି।

Share

Leave a Reply