କୋଶଳା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ବୈଠକ, ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେବାକୁ ନିଷ୍ପତ୍ତି

You are currently viewing କୋଶଳା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଗ୍ରାମବାସୀଙ୍କ ବୈଠକ, ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେବାକୁ ନିଷ୍ପତ୍ତି

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ନେଇ ଏକ ବୈଠକ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ରାମଚଣ୍ଡୀ ଠାକୁରାଣୀଙ୍କ ପ୍ରାର୍ଥନା ମଣ୍ଡପରେ ସଭାପତି ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି ।

ବୈଠକରେ କୋଶଳା ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା। ସରକାର କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ୫ହଜାରରୁ ଅଧିକ ଦସ୍ତଖତ ପଠାଇବାକୁ ନିଷ୍ପତ୍ତି ହୋଇଛି।

କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆମ ହସ୍ପିଟାଲ ଯୋଜନାରେ ସାମିଲ ହେବା ପରେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ଜବାବ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

Share

Leave a Reply