ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରସିଂହା ଗାଁରେ ରବିବାର ଗ୍ରାମବାସୀମାନେ ଚୋରା ମଦ ବେପାରୀ ରମେଶ ନାଏକ (୨୫) ଓ ବିପୁଳ ପରିମାଣରେ ବିଦେଶୀ ମଦ ଅଟକ ରଖିଥିଲେ। ପୋଲିସକୁ ଖବର ଦେଇଥିଲେ ହେଁ ବିଳମ୍ବରେ ପୋଲିସ ପହଞ୍ଚିବା କାରଣରୁ ଉତ୍ୟକ୍ତ ମହିଳାମାନେ ଗାଁ ଦାଣ୍ଡରେ ପେଟିପେଟି ମଦ ଭାଙ୍ଗି ଦେଇଥିଲେ। ଗ୍ରାମ୍ୟ କମିଟିର ନିୟମ ଅନୁଯାୟୀ, ଗାଁରେ ଚୋରା ମଦ ବିକ୍ରି ଓ ମଦ୍ୟପାନ ଜନିତ ବିଶୃଙ୍ଖଳା ଉପରେ କଡ଼ା ରୋକ ଲଗାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କୁ ସହ ସ୍କୁଟି ଜବତ କରିଥିବା ଜଣାପଡ଼ିଛି।
ଜରସିଂହାରେ ଗ୍ରାମବାସୀଙ୍କ ଦ୍ୱାରା ଚୋରା ମଦ ଓ ବେପାରୀ ଅଟକ: ବିପୁଳ ମଦ ବୋତଲ ଭାଙ୍ଗିଲେ ମହିଳା
- Post published:September 14, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul