ଅନୁଗୁଳରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ, ଆଖି ପରୀକ୍ଷା କଲେ ୧୫୨ ଛାତ୍ରଛାତ୍ରୀ

You are currently viewing ଅନୁଗୁଳରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ, ଆଖି ପରୀକ୍ଷା କଲେ ୧୫୨ ଛାତ୍ରଛାତ୍ରୀ

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ନିମନ୍ତେ ସମ୍ପର୍କିତ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ଯକ୍ରମ ଅନ୍ତର୍ଗତ ଗୋଷ୍ଠୀସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଶୁଭାରମ୍ଭ ହୋଇଛି।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ପରମେଶ୍ଵର ଜେନା, ଅନୁଗୁଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ, ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ଅଧିକାରୀ ରବିନାରାୟଣ ବେହେରା, ପାଳଲହଡା ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ସହରସ୍ଥିତ ବିଦ୍ୟାଳୟ ଗୁଡିକରୁ ସର୍ବମୋଟ ୧୫୨ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କ ନିମନ୍ତେ ଚଷମା, ୧୪ ଜଣଙ୍କୁ ଚିକିତ୍ସା ନିମନ୍ତେ ସୁପାରିସ କରାଯାଇଛି। ଆଗକୁ ଏଭଳି ୬୦ ଟି ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଜିଲ୍ଲାରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି।

ଅନ୍ୟମାନଙ୍କ ଅନୁଗୁଳ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦ୍ଯୁମ୍ନ କୁମାର ମିଶ୍ର, ଗୋଷ୍ଠୀ ସାଧନ କର୍ମୀ ରଘୁନାଥ ବାରିକ, ପତିତପାବନ ବାଡିଆ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply