ଅନୁଗୁଳ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଗୁଳ, ତାଳଚେର ଓ ପାଳଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର କୋର କମିଟି କାର୍ଯ୍ୟକର୍ତ୍ତାଙ୍କ ବୈଠକରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାର ହିତାଧିକାରୀଙ୍କୁ ଭେଟି ଘର ଘର ବୁଲି କାର୍ଯ୍ୟକର୍ତ୍ତାମାନେ ସମ୍ପର୍କ ସ୍ଥାପନ କରିବାକୁ କହିଥିଲେ। ଦୀର୍ଘ ସମୟ ଧରି ଏହି କୋର କମିଟି ବୈଠକ ଚାଲିଥିଲା। ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।
ଏ ଅବସରରେ ରାଜ୍ୟରେ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ବିରୁଦ୍ଧରେ ଆନ୍ଦୋଳନ କରି ୫୮ ଦିନ ଜେଲରେ ରହି ଆସିଥିବା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।