ନିର୍ବାଚନ ପାଇଁ ହାଇ ଆଲର୍ଟରେ ଅନୁଗୁଳ ପୋଲିସ: ଜିଲ୍ଲାରୁ ବନ୍ଧା ହେବେ ୩୮୫ ଅପରାଧୀ

0

ଅନୁଗୁଳ: ଆସିଛି ନିର୍ବାଚନୀ ଋତୁ। ଅନୁଗୁଳ ଜିଲ୍ଲାରେ ମେ ୨୫ରେ ହେବ ଭୋଟ ଗ୍ରହଣ। ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଦାୟିତ୍ଵ ଗ୍ରହଣ କରି ସାରିଛନ୍ତି। ଜିଲ୍ଲାରେ ଯେପରି କୌଣସି ବିଶୃଙ୍ଖଳା ନ ହେବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଅନ୍ୟପଟେ ଜିଲ୍ଲାରେ ନନ୍ ବେଲେବଲ୍ ୱାରେଣ୍ଟ (ଏନବିଡବ୍ଲୁ)ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଘନଘନ ଚଢ଼ାଉ କରାଯାଉଛି। ଜିଲ୍ଲାରେ ୪୯୭ ଜଣ ନନ୍ ବେଲେବଲ୍ ୱାରେଣ୍ଟର ଅପରାଧୀଙ୍କୁ ବିଭିନ୍ନ ଥାନା ପକ୍ଷରୁ ଗିରଫ କରା ଯାଇଛି। ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଇତି ମଧ୍ୟରେ ଅନୁଗୁଳରୁ ୬୫, ସଦରରୁ ୮୫, ବଅଁରପାଳରୁ ୪୦, ନାଲକୋରୁ ୧୮, ଜରପଡାରୁ ୩୬, ଇଣ୍ଡଷ୍ଟ୍ରିଆଲରୁ ୮, ଛେଣ୍ଡିପଦାରୁ ୧୭, ବାଗଡିଆରୁ ୨୮, ବନ୍ତଳାରୁ ୨୮, ପୁରୁଣାକୋଟରୁ ୧୮, ତାଳଚେରରୁ ୫୦, କୋଲିୟରିରୁ ୧୯, ଗୋପାଳ ପ୍ରସାଦରୁ ୧, ବିକ୍ରମପୁରରୁ ୫, ଏନଟିପିସିରୁ ୨, ସମଲରୁ ୫, ଆଠମଲ୍ଲିକରୁ ୯, କିଶୋରନଗରରୁ ୬, ଠାକୁରଗଡ଼ରୁ ୪, ହଣ୍ଡପାରୁ ୧୮, ପାଳଲହଡ଼ାରୁ ୧୧, ଖମାରରୁ ୧୨, କଣିହାଁରୁ ୬, ରେଙ୍ଗାଳି ଥାନାରୁ ୨ ଜଣ ମୋଟ ୪୯୭ ଜଣ ନନ୍ ବେଲେବଲ ୱାରେଣ୍ଟକୁ ପୋଲିସ ଗିରଫ କରିଛି।
ଜିଲ୍ଲାରେ ଆହୁରି ୩୮୫ ଅପରାଧୀ ବନ୍ଧା ହେବେ। ସେମାନେ ହେଲେ ଅନୁଗୁଳରୁ ୩୫, ସଦରରୁ ୪୦, ବଅଁରପାଳରୁ ୨୨, ନାଲକୋରୁ ୨୪, ଜରପଡାରୁ ୧୫, ଇଣ୍ଡଷ୍ଟ୍ରିଆଲରୁ ୧୮, ଛେଣ୍ଡିପଦାରୁ ୧୨, ବାଗଡିଆରୁ ୨୭, ବନ୍ତଳାରୁ ୨୪, ପୁରୁଣାକୋଟରୁ ୧୮, ତାଳଚେରରୁ ୧୯, କୋଲିୟରିରୁ ୪, ଗୋପାଳ ପ୍ରସାଦରୁ ୨, ବିକ୍ରମପୁରରୁ ୯, ଏନଟିପିସିରୁ ୨, ସମଲରୁ ୬, ଆଠମଲ୍ଲିକରୁ ୯, କିଶୋରନଗରରୁ ୧୩, ଠାକୁରଗଡ଼ରୁ ୧୧, ହଣ୍ଡପାରୁ ୨୧, କିଆକଟାରୁ ୧, ପାଳଲହଡ଼ାରୁ ୧୨, ଖମାରରୁ ୧୧, ରେଙ୍ଗାଳି ଥାନା ଅଞ୍ଚଳରୁ ୧୪ ଜଣ। ସେମାନଙ୍କୁ ଧରିବା ପାଇଁ ପୋଲିସ୍ ଲାଗିପଡ଼ିଛି। ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଥାନାରେ ମୋଟ ୩୯୪ ଜଣ ଆତ୍ମସମର୍ପଣ କରିଥିବା ନେଇ ଜଣାଯାଇଛି।

Leave A Reply

Your email address will not be published.

error: Content is protected !!