ଅନୁଗୁଳ: ମା’ ବାସନ୍ତୀ ଟାଇକୁଣ୍ଡୁ ସଂଘ ଏବଂ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରକ୍ତଦାନ ଭବନ ପରିସରରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର
ଉଦ୍ଘାଟନ କରିଥିଲେ। ଏହାପରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଶିବିରରେ ପହଞ୍ଚି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ମହତ୍ ଦାନ ବୋଲି କହିଥିଲେ।ସଂଘର ବହୁ ଅଭିଭାବକ ଶିବିରରେ ରକ୍ତଦାନ କରିଥିଲେ। ମହିଳା ରକ୍ତଦାତା ରଶ୍ମିତା ଶର୍ମା ନିଜ ବିବାହ ବାର୍ଷିକୀରେ ରକ୍ତ ଦେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଟାଇକୁଣ୍ଡୁ ସଂଘର ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ,ବରିଷ୍ଠ ଆଇନଜୀବି ପ୍ରଦୀପ ଦେବତା,ସଞ୍ଜୟ ମହାପାତ୍ର,ଡି ପି ନନ୍ଦ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ମା’ ବାସନ୍ତୀ ଟାଇକୁଣ୍ଡୁ ସଂଘ ପକ୍ଷରୁ ରକ୍ତଦାନ
