ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୪ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୪ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ, ଓଡିଶା ମୋ ପରିବାର, ଜୀବନ ବିନ୍ଦୁ, ରନ୍ତଲେଇ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ପଲିଟେକନିକ କଲେଜରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଶିବିରରେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। କଲେଜ ଅଧ୍ୟକ୍ଷ ଗୋପବନ୍ଧୁ ଘଡ଼େଇ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ତଥା ଓଡ଼ିଶା ମୋ ପରିବାର ଜିଲ୍ଲା ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟା ରେବତୀ ନାଏକ, ସରପଞ୍ଚ ମିନାକ୍ଷୀ ବେହେରା, ସମିତି ସଭ୍ୟା ବୀଣାପାଣି ସେଠୀ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ଏୟୁସିସିବି ନିର୍ଦ୍ଦେଶକ ସରୋଜ ନାଏକ, ରାଜ୍ୟ ଯୁବ ଉପ-ସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ, ରାକେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଅରୁଣାଭ ସିଂହ, ଚନ୍ଦନ ସାସମଲ, ସୁବ୍ରତ ବେହେରା ଓ ରାଜେଶ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସର୍ବମୋଟ ୮୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

Share

Leave a Reply