ଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

You are currently viewing ଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବାଲେଶ୍ୱର ସ୍ଥିତ ବାହାନଗା ଠାରେ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଂଘ ଓ ଅନୁଗୁଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରରେ ରବିବାର ଅନୁଷ୍ଠିତ ହୋଇଛି।

ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, ଅଟୋମୋବାଇଲ ଡିଲର ସଂଘର ସଭାପତି ଇଂ ଅମ୍ବିକା ପ୍ରସାଦ ଭଟ୍ଟ, ସାଧାରଣ ସମ୍ପାଦକ ଖିରୋଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ସମସ୍ତ ଅଟୋମୋବାଇଲ ଡିଲର, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ଓ ଡିଲରସିପର କର୍ମଚାରୀ ରକ୍ତଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ, କର୍ମକର୍ତ୍ତା ମନୋଜ ଗୁପ୍ତା, ସୁଜିତ ଅଗ୍ରୱାଲ, ପ୍ରିୟବ୍ରତ ପ୍ରଧାନ, ଆରଟିଓ କର୍ମଚାରୀ ଦୀପ୍ତିସ ଦେହୁରୀ, ସୌମ୍ୟ ରଞ୍ଜନ ମହାପାତ୍ର, ନାରାୟଣ ବେହେରା, ରଂଜିତ ବେହେରା, ସନ୍ତୋନୁ ସାହୁ, ସୁଧାଂଶୁ ସାହୁ, ସୌଭାଗ୍ୟ ବେହେରା, ଅଭିଜିତ ନାୟକ, ଜୟନ୍ତ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ସ୍ୱାଇଁ, ଅନନ୍ତ ପରିଡା, ମୁକେଶ ବସ୍ତିଆ ପ୍ରମୁଖ ରକ୍ତ ଦାନ କରିଥିଲେ। ଶିବିରରୁ ମୋଟ ୧୦୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

Share

Leave a Reply