ଗଣେଶ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭ ୟୁନିଟ ରକ୍ତ

You are currently viewing ଗଣେଶ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭ ୟୁନିଟ ରକ୍ତ

ଅନୁଗୁଳ: ଅନୁଗୁଳ ବ୍ଲକ ନୂଆଁ ସାହି ରଇଜଳା କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ନୂଆଁ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

ସମାଜସେବୀ ପର୍ଶୁରାମ ଦାସ ଓ ସୁକାନ୍ତ ନାଥ ଶିବିରକୁ ଉଦଘାଟନ କରିଥିବା ବେଳେ ରାଇଜଳା କ୍ଲବର ସଭାପତି ଚନ୍ଦନ କୁମାର ବେହେରା ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ କ୍ଳବ ସଦସ୍ୟ ସୁନେସ ପ୍ରଧାନ, ଶିବୁଲ ବେହେରା, ରାକା ଜେନା, ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply