ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ ପିଙ୍ଗୁଆ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅରୁଣାଭ ସିଂହ, ଜିଲ୍ଲା ବିଜେଡି ଉପ-ସଭାପତି ବାଉରୀ ବନ୍ଧୁ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ସୁଦୀପ୍ତ ଗଡ଼ନାୟକ, ରାଜେଶ ଭୁତିଆ, ତୁଷାରକାନ୍ତ ଦାସ, ବୀରେନ ସାମଲ, ରାକେଶ ଭୂତିଆ ଶିବିର ପରିଚାଳନା କରିଥିଲେ।