ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

You are currently viewing ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳ କାଲଟାକ୍ସ ଛକ ସ୍ଥିତ ସ୍ମାର୍ଟ ଭାଲ୍ୟୁ କମ୍ପ୍ୟୁଟର ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅମିତ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଜୁ ଜନତା ଦଳର ଯୁବନେତା ଅରୁଣାଭ ସିଂହ ଓ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ବବିତା ନାଏକ ଯୋଗଦେଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଛାତ୍ର ଉପ ସଭାପତି ରଂଜିତ ସାହୁ ଓ ବିଜୁ ଜିଲ୍ଲା ସାଧାରଣ ସମ୍ପାଦକ କାହ୍ନା ନାଏକ ଉପସ୍ଥିତ ଥିଲେ।

Share

Leave a Reply