ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଛେଣ୍ଡିପଦା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୧୮୩ ୟୁନିଟ ରକ୍ତ ସଂଗୃହୀତ

You are currently viewing ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଛେଣ୍ଡିପଦା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୧୮୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ବ୍ଲକରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳର ମିଳିତ ସହଯୋଗରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ ୧୮୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ବିଜେଡି ବ୍ଲକ ସଭାପତି ଶରତ ଗଡନାୟକ, କୋଡାସାହି ସରପଞ୍ଚ ପ୍ରିୟଙ୍କା ସାହୁ, ନିଶା ସରପଞ୍ଚ ରାମଚନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଭୂତି ଗଡନାୟକ, କୁଶକିଳା ସମିତିସଭ୍ୟ ସହଦେବ ସାହୁ, ଯୁବ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ସତ୍ୟବ୍ରତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଅମ୍ବିକା ବେହେରା, ସାରଥୀ ସାହୁ, ପ୍ରଭାସ ସାହୁ, ରଞ୍ଜନ ନାଏକ, ସନ୍ତୋଷ ଦେହୁରୀ, ରବି ସାହୁ, ଅଶୋକ ଜେନା, ଅଲେଖ ପ୍ରଧାନ, ଟୁକୁ ବେହେରା, ବଶିଷ୍ଠ ବେହେରା, ସୁଶାନ୍ତ ଜେନା, କୁମୁଦ ସାହୁ, କେଦାର ଜେନା, ପ୍ରଦୀପ ସାହୁ, ଯୁଗଳ ବେହେରା, ସିଲୁ ଜେନା, ଲିକୁ ଜେନା, ରିଙ୍କୁ ଜେନା, ସିପୁ ସାହୁ, ପିଣ୍ଟୁ ଜେନା, ଶିବ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Share

Leave a Reply