ମା’ ଆସୁଛନ୍ତି ଧରାକୁ: ୯୭ ବର୍ଷରେ ଅନୁଗୁଳ ଦୁର୍ଗାପୂଜା ସମିତି ଅନୁଗୁଳ

0

ଅନୁଗୁଳ: ମା’ ଦୁର୍ଗତିନାଶିନୀ ସିଂହବାହିନୀ ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ଅନୁଗୁଳର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍ ଶୋର୍ ରେ ପ୍ରସ୍ତୁତି ଚାଲିଛି।ଅନୁଗୁଳରେ ସବୁଠାରୁ ପୁରୁଣା ଦୁର୍ଗା ମଣ୍ଡପ ହେଲା ଅନୁଗୁଳ ଦୁର୍ଗା ପୂଜା ସମିତି, ଅମଲାପଡ଼ା। ଏହି କମିଟି ଚଳିତ ବର୍ଷ ତାର ୯୭ ତମ ସ୍ଵନକ୍ଷତ୍ର ଦିବସ ପାଳନ କରିବାକୁ ଯାଉଛି। ଅନୁଗୁଳ ଅମଲାପଡାର ଆଖ ପାଖ ସାହିର ମୂରବୀ ମାନେ ଆଜକୁ ୯୬ ବର୍ଷ ତଳେ ଏହି ମୃଣ୍ମୟୀ ଦୁର୍ଗା ପୂଜାର ଆରମ୍ଭ କରିଥିଲେ। ମହାଦେବ ଘୋଷ,ନିଲୁ ବାନାର୍ଜୀ,ଅନିଲ ଦାସ,ବିମଳ ଘୋଷ,ବିଶ୍ଵନାଥ ଦାସ ପ୍ରମୁଖ ଏହି ଦୁର୍ଗା ପୂଜାର ଆଦ୍ୟ ବିନ୍ଧାଣି ଥିଲେ।

ଚଳିତ ବର୍ଷ ଏହି କମିଟିର ତୋରଣ ଲୋଟସ ମନ୍ଦିର ଢାଞ୍ଚାରେ କରାଯାଉଛି।ମୂର୍ତ୍ତି କାରିଗର ବଂଶାନୁକ୍ରମେ ଗତ ୪୦ ବର୍ଷ ଧରି କରି ଆସୁଛନ୍ତି। ସନ୍ଧ୍ୟା ଆଳତି,ଦୈନିକ କୁନି କଳାକାରଙ୍କ ଦ୍ଵାରା ନୃତ୍ୟ,ଦାଣ୍ଡିଆ,ଦୈନିକ ଅନ୍ନ ଭୋଗ ଅମଲାପଡା ପୂଜା କମିଟିର ସ୍ୱତନ୍ତ୍ରତା। ଅନେକ ମୁସଲିମ ଭାଇ ଏହି କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ଚଳିତ ବର୍ଷ ମୁଖ୍ୟ ସଂଯୋଜକ ଭାବେ ଅକ୍ଷୟ ସାମନ୍ତ,ସଭାପତି ଭକ୍ତି ପ୍ରସାଦ ଦାସ,ସମ୍ପାଦକ ଦୀପକ ସାମନ୍ତ କମିଟିର ଦାୟିତ୍ବ କାନ୍ଧକୁ ନେଇଛନ୍ତି।ଏଠାରେ ମଧ୍ୟ ବଙ୍ଗୀୟ ପଦ୍ଧତିରେ ପୂଜା କରାଯାଇଥାଏ। ସହରର ମଧ୍ୟ ଭାଗରେ ମଣ୍ଡପ ଟି ଥିବାରୁ ପୂଜା ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳେ ।

Leave A Reply

Your email address will not be published.

error: Content is protected !!