ନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

You are currently viewing ନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

ଅନୁଗୁଳ: ଭୋଟ ଦେବାକୁ ଘରକୁ ଚିଠି ଲେଖିଲେ ଅନୁଗୁଳ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଚଳିତ ବର୍ଷ ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ଛାତ୍ରୀମାନେ ନିଜ ନିଜ ଘରକୁ ଚିଠି ଲେଖିଛନ୍ତି।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ ଦେବା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ ହୋଇଥିବାରୁ ନିଜ ପରିବାରକୁ ଯେପରି ଆଗାମୀ ନିର୍ବାଚନରେ କେହି ଭୋଟଦାନରୁ ବଞ୍ଚିତ ନ ହୁଅନ୍ତି ସେଥିଲାଗି ସେମାନେ ସଚେତନତା ମୂଳକ ପ‌ତ୍ର ଲେଖିଛନ୍ତି। ଏଥିସହିତ ପାଖ ପଡ଼ୋଶୀ ଯେପରି ଏହି ମହାନ ପର୍ବରେ ସାମିଲ ହୋଇପାରିବେ ସେଥିଲାଗି ମଧ୍ୟ ନିଜର ପିତା, ମାତା, ମୁରବିମାନଙ୍କୁ ଅନୁରୋଧ ପତ୍ର ଲେଖିଛନ୍ତି ଛାତ୍ରୀମାନେ। ଏଥିପାଇଁ ପ୍ରତିଷ୍ଠାନ ତରଫରୁ ସମସ୍ତ ଛାତ୍ରୀଙ୍କୁ ଲଫାପା ଓ ଡାଳ ଟିକେଟ୍ ଯୋଗାଇ ଦିଆଯାଇଥିଲା। ପରେ ସମସ୍ତ ଛାତ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ବାହାରି ଜିଲ୍ଲା ମୁଖ୍ୟ ଡାକଘରର ଡାକ ବାକ୍ସରେ ଚିଠି ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଡାକ ଘର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଘରକୁ ଚିଠି ଲେଖିବା ବେଳେ ଛାତ୍ରୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

Share

Leave a Reply