ଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

You are currently viewing ଡ୍ରେନ ସଫେଇ ବେଳେ ଭୁଶୁଡ଼ିଲା କାନ୍ଥ, ୫ ଆହତ

ଅନୁଗୁଳ: ସ୍ଥାନୀୟ ସିମିଳିପଡା ଭାରତ ନଗରରେ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ମୁତାବକ, ଅନୁଗୁଳ ପୌରପାଳିକା ପକ୍ଷରୁ ଡ୍ରେନ ସଫେଇ କରାଯାଉଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ୫ ଜଣ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ସମସ୍ତ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।

Share

Leave a Reply