ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ମୁଣ୍ଡୁରିବେଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ପଞ୍ଚାୟତର ୱାର୍ଡ ସଭ୍ୟ। ସରପଞ୍ଚ ସଞ୍ଜୟ କୁମାର ବେହେରା ପଞ୍ଚାୟତରେ ବିଭିନ୍ନ ବେଆଇନ କାର୍ଯ୍ୟ କରୁଥିବା ଏବଂ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ୱାର୍ଡ ସଭ୍ଯ/ସଭ୍ୟାଙ୍କୁ ନପଚାରିବା କିମ୍ବା ପଞ୍ଚାୟତର ମାସିକ ବୈଠକ ନିୟମିତ ନକରିବା ଆଦି ଅଭିଯୋଗ କରି ସରପଞ୍ଚଙ୍କ ଉପରେ ଆସ୍ଥା ହରାଇଥିବାରୁ ଅନାସ୍ଥା ପ୍ରସ୍ଥାବ ଆଗତ କରି ଏକ ବୈଠକ କରିଥିଲେ। ନାଏବ ସରପଞ୍ଚ ହିମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ୭ ଜଣ ୱାର୍ଡମେମ୍ବର ଯୋଗଦେଇ ଅନାସ୍ଥା ପ୍ରସ୍ଥାବରେ ସହମତି ପ୍ରଦାନ କରି ଦସ୍ତଖତ କରିଥିଲେ। ପରେ ସମସ୍ତ ୱାର୍ଡ ମେମ୍ବର ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।
ମୁଣ୍ଡୁରିବେଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ୱାର୍ଡମେମ୍ଵର, କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ
- Post published:November 10, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
