ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ୟୁରିଆ ସାର ଅଭାବ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧୦ ସେପ୍ଟେମ୍ବରରେ କୃଷକ ସଂଗଠନ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କୃଷି ବିଭାଗ ଓ ସମବାୟ ସମିତିକୁ ସାର ଯୋଗାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସାତ ଦିନ ବିତିଯାଇଥିଲେ ମଧ୍ୟ ସାର ମିଳିନାହିଁ।
ଫଳରେ, ପାଳଲହଡ଼ା କୃଷକ ମଣ୍ଡଳର ସଭାପତି ବିଷ୍ଣୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ୨୫ ସେପ୍ଟେମ୍ବରରେ କୃଷି ଓ ସମବାୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଖେମଳା ପଂଚାୟତ ସଭାପତି ବସନ୍ତ ପ୍ରଧାନ, ଚାଷଗୁରୁଜାଙ୍ଗ ସଭାପତି ନୀଳମଣି ନାଏକ, ଡିମରିଆ ସମ୍ପାଦକ ଭୀମସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।