ଅନୁଗୁଳ: ସ୍ଥାନୀୟ କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରବିବାର ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଇ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଂଘଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପ୍ରତାରଣା କରି ନାଲକୋର ଅଧ୍ୟକ୍ଷ ଯେଉଁଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ଘୋର ନିନ୍ଦା କରାଯାଇଥିଲା।ସୂଚନାଯୋଗ୍ୟ ଯେ ଢେଙ୍କାନାଳ ସାଂସଦ ଯଥା ଶୀଘ୍ର ଏଲ.ଏ.ପି ୧୯୮ ଙ୍କର ଥିବା ବିଭିନ୍ନ ସମସ୍ୟାଗୁଡିକର ସମାଧାନ କରିବା ସହ ପାରିପାର୍ଶ୍ଵିକ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ପୂରଣ କରିବାକୁ ନାଲକୋ ପ୍ରଶାସନ ମଧ୍ୟ ସହମତି ପ୍ରକାଶ କରିଥିଲା। କିନ୍ତୁ ଆଜି ଯାଏଁ ତାହା ପୂରଣ କରାଯାଇନାହିଁ। ନାଲକୋର ଏସବୁ ଖାମଖିଆଲ ନୀତିକୁ ସଂଘ ନିନ୍ଦା କରିବା ସହ ଆଗାମୀ ଦିନରେ ଯେ କୌଣସି ସମୟରେ ନାଲକୋକୁ କୋଇଲା, ପାଣି ବନ୍ଦ କରିବା, ସମସ୍ତ ପ୍ରବେଶ ପଥକୁ ସିଲ୍ କରିବା ସହିତ ସପରିବାର ଓ ଗାଈ ଗୋରୁ ବାନ୍ଧି ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି।
ନାଲକୋର ମନୋମୁଖୀ କାର୍ଯ୍ୟ କଳାପକୁ ୩୯ ଗାଁର କ୍ଷତିଗ୍ରସ୍ତ ପ୍ରଜାଙ୍କ ବିରୋଧ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ
- Post published:March 27, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


