ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ -୧ର ଅଭିଭାବକ ମାନେ ଶନିବାର ଏଡିଏମ୍ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ। ସୂଚନା ଯେ, ଗତ କିଛିଦିନ ଧରି ସ୍କୁଲ ଟ୍ରାନ୍ସଫର୍ମରରେ ତ୍ରୁଟି ହେତୁ ଭୋଲ୍ଟେଜ୍ ସମସ୍ୟା ଦେଖାଦେଇଛି। ଏହା ଯୋଗୁଁ ଶ୍ରେଣୀ ଗୁଡିକରେ ପଙ୍ଖା ଠିକ ରୂପେ ଘୁରୁନାହିଁ। ଏହି ଭୋଲ୍ଟେଜ୍ ସମସ୍ୟା ହେତୁ ଆକ୍ୱାଗାର୍ଡ କାମ କରୁନାହିଁ ତେଣୁ ପିଇବା ପାଣିର ମଧ୍ୟ ସମସ୍ୟା ଦେଖା ଦେଇଛି।ଅଭିଯୋଗ କଲେ ମଧ୍ୟ ସ୍କୁଲ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ।ତେଣୁ ଅଭିଭାବକଙ୍କ ପକ୍ଷରୁ ଦାବିପତ୍ର ଦିଆ ଯାଇଥିଲା।
ପାଣି ଓ ବିଜୁଳି ସମସ୍ୟା ଦୂର ପାଇଁ ଏଡିଏମ୍ଙ୍କୁ ଦାବିପତ୍ର
- Post published:July 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul