ଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା: ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଲାଗି ଦାବି

You are currently viewing ଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା: ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଲାଗି ଦାବି

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ପଞ୍ଚାୟତ ଧୂଣ୍ଡି ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଖରା ଦିନ ଆସିବାରୁ ସବୁ ବର୍ଷ ଭଳି ଏବର୍ଷ ବି ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏହି ଗାଁରେ ୪୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପାଣି ଯୋଗାଇ ଦେବା ପାଇଁ ମାତ୍ର ୫ଟି ନଳକୂଅ ରହିଛି। ଜଳସ୍ତର କମିବା ଯୋଗୁ ସେଥିରୁ ୩ଟି ଅଚଳ ଅଛି। ଗାଁକୁ ବଡ଼ହୁଲା ଜଳ ଯୋଗାଣ ପ୍ରକଳ୍ପରୁ ପାଣି ଯୋଗାଣ ହେଉଥିଲେ ମଧ୍ୟ ଲୋକଙ୍କୁ ଆବଶ୍ୟକ ପାଣି ମିଳୁନାହିଁ। ଏଣୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଜଳ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ କିଶୋରନଗର ବିଡ଼ିଓ ବିନୋଦ ବିହାରୀ ବେହେରାଙ୍କୁ ପଚାରିବାରୁ, ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share

Leave a Reply