ଅନୁଗୁଳ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସହରର ହୁଲୁରୁସିଙ୍ଗାଠାରେ ନିର୍ମାଣ ହେଉଥିବା ବିଶ୍ବ ସ୍ତରୀୟ ପାଠାଗାର ସହ ସମ୍ମିଳନୀ କକ୍ଷ ଓ ଅତ୍ୟାଧୁନିକ ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ଏଥିରେ ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ବରେ ନିର୍ମାଣ ହେଉଥିବା ଟ୍ରମା କେୟାର ସେଣ୍ଟରକୁ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ଏଥି ପୂର୍ବରୁ ସେ ବାରଗୌଉଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରୁଶୁଣି ଗ୍ରାମୀଣ ପର୍ଯ୍ୟଟନ ପାର୍କକୁ ବୁଲି ଦେଖିଥିଲେ। ଶଂଖପୁରୁ ଗ୍ରାମ ପଞ୍ଚାୟତକୁ ପରିଦର୍ଶନରେ ଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଛତୁଆ ପ୍ରସ୍ତୁତି ୟୁନିଟ୍ ବୁଲିଥିଲେ। ମୁଖ୍ୟ ଶାସନ ସଚିବ ସହରର ହେଲ୍ଥ କରିଡର, ନାଲକୋର ଆଲୁମିନିୟମ ପାର୍କ, ଖଲାରି ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାଙ୍କକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି, ଡେପୁଟୀ କଲେକ୍ଟର ବଇତୁରା ଦିପ୍, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା
- Post published:November 28, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul