ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ପଞ୍ଚାୟତର ସମସ୍ତ ଗାଁ ଆଜି ୨୧ ତାରିଖ ଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଦୋକାନ ବଜାର ବନ୍ଦ ରହିବ। ଏ ସଂପର୍କରେ ସରପଞ୍ଚ ଶ୍ରୀ ବେହେରା ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ଥାନାଧିକାରୀ ଓ ପଞ୍ଚାୟତର ସମସ୍ତ ଗାଁର ସଭାପତିମାନଙ୍କୁ ଚିଠି ଦେଇଥିବା ସୂଚନା ଦେଇଛନ୍ତି। ସେହିପରି ଚାଙ୍ଗୁଡ଼ିଆ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ନନ୍ଦିନୀ ସାହୁ ଗୁରୁବାରଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି। ପଞ୍ଚାୟତର ସମସ୍ତ ଗାଁରେ ଏହି କଟକଣା ଲାଗୁକରାଯାଇଥିବା ସେ ସୂଚନା ଦେଇଛନ୍ତି।
ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍ଡ଼ାଉନ୍
- Post published:May 21, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
